| ପାଲବଣି ଗ୍ରାମ ର ଚିତ୍ର |
ଶରତ/ମହୁଲଢିହା ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ “ପାଲବଣି" | ଅନ୍ଦକାରର ବଳୟ ଭିତରୁ ବାହାରି ଏଠାକାର ମଣିଷମାନେ ତଉଲନ୍ତି ଜୀବନକୁ। ଜୀବନ ଏଠି ଅତ୍ୟନ୍ତ ଦୁଃଖମୟ।
ଖରାଦିନରେ ଖଇରିଆ ଦିଶେ ସାତକୋଶିଆ ଏବଂ ଗୋଡଭଙ୍ଗା ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଏହି ପାଲବଣୀ ଗ୍ରାମ। ଗ୍ରାମରେ ୩୫ ଗୋଟି ଜନଜାତି ପରିବାର ବସବାସ କରନ୍ତି। ଦାରିଦ୍ର୍ୟତା ଏମାନଙ୍କ ଜୀବନକୁ ଦୁର୍ବିପାକ କରିଥିବା ବେଳେ ଜଳକଷ୍ଟ ସେମାନଙ୍କ ପାଇଁ ଆହୁରି ଭାରି ହୋଇ ପଡିଛି । ଗ୍ରାମରେ ନଳକୂପ ନ ଥିବାରୁ ଏମାନେ ପାହାଡ଼ରୁ ଝରି ଯାଉଥିବା ନାଳ ପାଣି ଏବଂ ଚୁଆ ପାଣିକୁ ଉଭୟ ପାନୀୟ ଏବଂ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି। ଏହି ସ୍ଥାନର ବାସିନ୍ଦାଙ୍କ ବ୍ୟବହାର ଉପଯୋଗୀ ନିମନ୍ତେ ଏକଦା ଠାକୁରମୁଣ୍ଡା ବ୍ଲକ ପ୍ରଶାସନ ଦ୍ବାରା ଏଠାରେ ଏକ ନଳକୂପ ଖୋଳା ଯାଇଥିଲା କିନ୍ତୁ ସଠିକ ଭାବେ ପାଣି ନିର୍ଗତ ହେବା ସ୍ଥାନରେ ନଳକୂପ ନ ସ୍ଥାପନ ହୋଇ ପାରି ଥିବାରୁ ପାଣି ବାହାରୁ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ ପାଇବା ବୋଧହୁଏ ଏମାନଙ୍କ ଭାଗ୍ୟରେ ହିଁ ନାହିଁ। ଗ୍ରାମକୁ ଗମନାଗମନ ନିମନ୍ତେ ରାସ୍ତା ନ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଗାଡ଼ି ଆସି ପାରେ ନାହିଁ ତେଣୁ ଚିକିତ୍ସା ନିମନ୍ତେ ଗର୍ଭବତୀ ମହିଳା ଏବଂ ରୋଗୀ ଡ଼ାକ୍ତରଖାନା ଯିବାକୁ ହେଲେ ସଙ୍ଗୀଭାର ହିଁ ଏମାନଙ୍କ ନିମନ୍ତେ ଏକମାତ୍ର ଭରଷା । ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ, ସୌଭାଗ୍ୟ ଯୋଜନାରେ କୌଣସି ଗୋଟିଏ ହେଲେ ମଧ୍ୟ ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଇ ପାରି ନାହିଁ। ଗ୍ରାମରେ ମୋବାଇଲ ନେଟୱାର୍କ ସାତସପନ ହୋଇ
ରହିଛି । ତତସହିତ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ ବଳରେ ଏଠିକାର କୌଣସି ହେଲେ ଗୋଟିଏ ହେଲେ ମଧ୍ୟ ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରା ଯାଇ ପାରି ନାହିଁ। ଏହି ଗ୍ରାମରେ ମହତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ଯୋଜନା କାର୍ଯ୍ୟକାରୀ କରା ଯାଇ ନାହିଁ ।
ଗ୍ରାମରେ ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁଥିବା ବେଳେ କେନ୍ଦ୍ରର ନାହିଁ ନିଜସ୍ଵ ବିଲ୍ଡିଂ ଘର ତେଣୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ହିଁ କେନ୍ଦ୍ର ଚାଲୁଅଛି। ଗ୍ରାମରେ ବିଦ୍ୟାଳୟ ନ ଥିବାରୁ ଅଙ୍ଗନୱାଡ଼ି ପରେ ପିଲାଙ୍କ ପାଠ ପଢାରେ ପୂର୍ଣ୍ଣଛେଦ ପଡେ। ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାଳଚୁଆ ଗ୍ରାମ ପଞ୍ଚାୟତରେ ଏମିତି ଏକ ଗାଁ ହେଉଛି “ପାଲବଣୀ" ଯାହା ଭିନ୍ନ ଏକ "ନଗଡା" ।
ଦିନେ ନଗଡା ପାଇଁ ଓଡ଼ିଶାକୁ ବିଶ୍ଵ ଦରବାରରେ ନିନ୍ଦିତ ହେବା ପାଇଁ ପଡିଥିଲା। ଅପହଞ୍ଚ ଇଲାକା ଏବଂ ଅପପୁଷ୍ଟି ଜନିତ ମୃତ୍ୟ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା। ଉକ୍ତ ଗ୍ରାମରେ ସାଧାରଣ ମୌଳିକ ସୁବିଧା ଦୂର କରିବା ପାଇଁ ନେତାଠାରୁ ପ୍ରଶାସନର ଆଖିରେ ନିଦ ହଜି ଯାଇଥିଲା। ସେହିଭଳି “ପାଲବଣି" ଗାଁରେ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ଏବେଠୁ ସଜାଗ ନ ହେଲେ ନଗଡ଼ା ଭଳି ଯେ ପରିସ୍ଥିତି ନ ସୃଷ୍ଟି ହେବ କିଏ କହି ପାରିବ ..........?
| ଆଜି ବି ଆମ ଓଡିଶା ଚିତ୍ର |
