| ରାଇୟାଁ ସାହିର ପଟ ଚିତ୍ର |
ଶରତ ରାଇୟାଁ ସାହି ଲୋକେ ଚୁଆ ପାଣି ପିଉଛନ୍ତି : ଏଠି ମୋବାଇଲ ନେଟୱାର୍କ ସାତ ସପନ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ଗ୍ରାମ ପଞ୍ଚାୟତର ବଡ଼ନଈ(ରାଇୟାଁ ସାହି)ର ୨୦ ଗୋଟି ଆଦିବାସୀ ପରିବାର ଚୁଆ ପାଣିକୁ ଉଭୟ ପାନୀୟ ଏବଂ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି। ଏହି ଗ୍ରାମରେ ମୋବାଇଲ ନେଟୱାର୍କ ପାଉ ନ ଥିବାରୁ ଫୋନ ଯୋଗେ କଥା ବାର୍ତ୍ତା କରିବା ମଧ୍ୟ ସମ୍ଭବ ହୋଇ ପାରେ ନାହିଁ। ସୁଚନା ଥାଉ କି - ଉକ୍ତ ଗ୍ରାମ ପାଖରୁ ୩ କି.ମି ଦୁରତାରେ ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା ହୋଇଛି ଏବଂ ସେହି ପାଖାପାଖି ବାସିନ୍ଦାମାନେ ସେଠାରୁ ପାଣି ଆଣନ୍ତି । କିନ୍ତୁ ଏଠିକା ବାସିନ୍ଦାମାନେ ସେହି ସ୍ଥାନକୁ ଯାଇ ପାଣି ଆଣିବାରେ ଅହେତୁକ କଷ୍ଟ ଅନୁଭବ କରୁଛନ୍ତି। ଗ୍ରାମ ପଞ୍ଚାୟତମାନଙ୍କରେ
ନଲକୂପ ସ୍ଥାପନ କରି ଲୋକଙ୍କୁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି ଏବଂ ପାଣି ପଞ୍ଚାୟତ ନାମରେ ସରକାର କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ ଏହି ଗ୍ରାମର ବାସିନ୍ଦା ମାନଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ପାଇବା ସାତ ସପନ ପାଲଟିଛି। ଶରତ ପଞ୍ଚାୟତ ମୁଖ୍ୟାଳୟରେ ସ୍ଥାପନ ହୋଇଥିବା “ବସୁଧା" ଯୋଜନା ଗାଁ'କୁ ପାଣି ଶୋଷ ମେଂଟେଇ ପାରୁ ନାହିଁ।
ସିଜୁଆଣି ଘାଟିରୁ ଶରତ ଗ୍ରାମ ପଞ୍ଚାୟତର କାଦବାହାଳି ଗ୍ରାମକୁ ବୋହି ଯାଉଥିବା ନାଳର ପାଣିକୁ ଏମାନେ ସଂଗ୍ରହ ଜୀବନ ବିତାଉଛନ୍ତି। ବିଲ ମଝିରେ ନିଜେ ଖୋଳିଥିବା ଚୁଆର ପାଣିକୁ ଏମାନେ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଖରା ଦିନେ ଆହୁରି ଜଳ ସଙ୍କଟ ଦେଖା ଯାଏ, ଚୁଆ ଶୁଖି ଯାଉ ଥିବାରୁ ସେହି ଚୁଆରୁ ମଧ୍ୟ ପାଣି ସଂଗ୍ରହ କରିବା ସମ୍ଭବ ହୋଇ ପାରେ ନାହିଁ , ପାନୀୟ ଜଳ ସଂଗ୍ରହ କରିବା ପାଇଁ ୪/୫ କି. ମି ଦୂର ଯିବା ପଡେ। ତେବେ , ସମସ୍ୟା ସମାଧାନ ଦିଗରେ କପ୍ତିପଦା ବ୍ଲକ ପ୍ରଶାସନ ଯତ୍ନବାନ ହେବା ସହିତ ଯୁଦ୍ଧ କାଳୀନ ଭିତ୍ତିରେ ଗ୍ରାମରେ ଗୋଟିଏ ନଲକୂପ ସ୍ଥାପନ କରିବା ପାଇଁ
ଗ୍ରାମର ରଜନୀ ଉଗୁରଶାନ୍ଡି, ବୁଧୁନୀ ତିୟୁ, ନୀତିମା ତିୟୁ, ସିଂଗରାୟେ ତିୟୁ ପ୍ରମୁଖ ବ୍ଲକ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ଦାବି ପୂରଣ ନ ହୋଇ ପାରିଲେ କପ୍ତିପଦା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନାୟବ ସରପଞ୍ଚ ଦୁଲାରାମ ବାନାରା ଗଣମାଧ୍ୟମକୁ ସୂଚନା ଦେଇଛ
| ରାଇୟାଁ ସାହି ଲୋକେ ଚୁଆ ପାଣି ପିଉଛନ୍ତି |
