| ରାଜକୁମାର ପୂର୍ତ୍ତୀ |
ରାଜକୁମାର ପୂର୍ତ୍ତୀ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ହୋ' ଆଲବମରେ ଅଭିନୟ କରି ନିଜ କଳାର ଦକ୍ଷତାକୁ ପ୍ରତିପାଦନ କରି ସାରିଛନ୍ତି। ତତସହିତ ତିନି ଗୋଟି ଆଦିବାସୀ ହୋ ଚଳଚ୍ଚିତ୍ର( ଇଜ୍ଜ୍ୱତ,ରତନ ଟାଟା, ଡ଼ାଟିଙ୍ଗ ଆପ) ଏବଂ ଦୁଇ ଗୋଟି ସାନ୍ତାଳୀ ଚଳଚ୍ଚିତ୍ର(ମାୟା, ନିର୍ମାୟା)ରେ ଅଭିନୟ କରି ସାରିଛନ୍ତି। ଘୋଡାବିନ୍ଧା ଗ୍ରାମର ଏହି ଯୁବ ଅଭିନେତା ବୈଷୟିକ ପାଠ୍ୟକ୍ରମ(Mechanical engineering) ପାଠ ପଢିଛନ୍ତି।
ରାଜକୁମାର ପୂର୍ତ୍ତୀ ଅଭିନୟ କରିଥିବା ଆଲବମ - “ ଗୋଲାପୀ ମାଈ, ଆପାସାରା,ଗାମାରେ, ମାୟାଙ୍ଗ ହେଲ, ଫାଗୁନ ଚାଣ୍ଡୁଃ, ପାଗାଲା ମନ, ଦୁଲାଳ ରାଣୀ, ମନରେ ଆମ,ବୁରୁ କୁଟିତେ, ନାଈକି କୁଳି , ନେନ ମନରେ" ପ୍ରଭ୍ରୁତି ଦର୍ଶକଙ୍କ ମନ ଜିଣି ପାରିଛି। ତାଙ୍କର ଏହି ସଫଳତା ପାଇଁ ୧୬.୦୬.୨୦୨୪ରେ ତାଙ୍କୁ ଜାମସେଦପୁରରେ ଅନୁଷ୍ଠିତ ହୋଇଥିବା “ତୃତୀୟ ଜାତୀୟ ହୋ ଚଳଚ୍ଚିତ୍ର ସମାରୋହ-୨୦୨୪ରେ ତତ୍କାଳୀନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚାମ୍ପାଏ ସୋରେନଙ୍କ ଦ୍ଵାରା ସମ୍ମାନିତ କରାଯିବା ସହିତ ମାନପତ୍ର ଏବଂ ଟ୍ରୋଫି ପ୍ରଦାନ କରାଯାଇଥିଲା। ୨୦୨୩ ମସିହାରେ ଚକ୍ରଧରପୁରରେ ଅନୁଷ୍ଠିତ ହୋଇଥିବା କୋଲ୍ହାନ ଫେଷ୍ଟିଭାଲରେ ମଧ୍ୟ ତାଙ୍କୁ ସମ୍ଭର୍ଦ୍ଧିତ କରା ଯାଇଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ବରସ୍ଥିତ ବୀରବାସାରେ ଅନୁଷ୍ଠିତ ହୋଇଥିବା ଜାତୀୟ ହୋ' ଯୁବ ସମ୍ମିଳନୀ-୨୦୨୩ରେ ମଧ୍ୟ ଶ୍ରୀଯୁକ୍ତ ପୂର୍ତ୍ତୀଙ୍କୁ ସମ୍ମାନିତ କରାଯିବା ସହିତ ସମ୍ଭର୍ଦ୍ଧିତ କରାଯାଇଥିଲା।
ହୋ' ଭାଷାର ସାହିତ୍ୟ, ସଂସ୍କୃତି,ପରମ୍ପରା ଓ ସଙ୍ଗୀତକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।ନିଜର ସଫଳତା ପାଇଁ ତାଙ୍କର ବାପା ଏବଂ ମା'ଙ୍କୁ ସେ ଶ୍ରେୟ ଦେଉଥିବା କହିଛନ୍ତି ।
