| “ନାକଝରୀ" ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବିରେ ସ୍ମାରକପତ୍ର: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର |
ଶରତ(୨୫/୧୨/୨୦୨୫) - ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୋଶିଆ ଗ୍ରାମ ପଞ୍ଚାୟତର “ନାକଝରୀ" ନାମକ ଗ୍ରାମର ୨୫ ଜନଜାତି ପରିବାରଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ଦାବିରେ ଗତ ୧୭/୧୨/୨୦୨୫(ବୁଧବାର) ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଉପସ୍ଥିତ ରହି “ଶରତ ବିକାଶ ମଞ୍ଚ"ର ସଭାପତି ଶ୍ରୀ ଗାମାଏ ରୀମିଲ ସିଂ ଗୋଇପାଈ ଗୋଇପାଈଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲାପାଳ ହେମାକାନ୍ତ ସୟଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏ ସମ୍ପର୍କରେ ଅନୁସନ୍ଧାନ କରାଯାଇ ତିନିଦିନ ମଧ୍ୟରେ ବିଦ୍ୟୁତ ସେବା ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସୟ “ଶରତ ବିକାଶ ମଞ୍ଚ"ର ସଦସ୍ୟ ତଥା “ନାକଝରୀ" ଗ୍ରାମବାସୀନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ପଞ୍ଚାୟତର ଏହି “ନାକଝରୀ" ଗ୍ରାମକୁ ବିଦ୍ୟୁତ ସଂଯୋଗ କରା ଯାଇ ପାରି ନ ଥିବାରୁ ପାନୀୟ ଜଳ, ପିଲାଙ୍କ ପାଠ ପଢା, ରାତ୍ରି ସମୟରେ ବନ୍ୟ ଜନ୍ତୁଙ୍କ ଆକ୍ରମଣ ଆଦି ସମସ୍ୟା ନେଇ ଗ୍ରାମବାସୀ ଦୀର୍ଘ ହେଲା ଯୁଝୁଛନ୍ତି। କାରଣ ଏହି ପଞ୍ଚାୟତରେ ବସବାସ କରୁଥିବା ସମସ୍ତ ଗ୍ରାମଗୁଡିକରେ ପ୍ରାୟ ଆଠ ବର୍ଷ ତଳେ ବିଦ୍ୟୁତ ସଂଯୋଗ ଦିଆ ଯାଇଥିଲା କିନ୍ତୁ ଏହି ପଞ୍ଚାୟତର ଏହି “ ନାକଝରୀ" ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଇ ପାରି ନାହିଁ। ଉକ୍ତ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା କାର୍ଯ୍ୟକ୍ରମରେ ଶରତ ବିକାଶ ମଞ୍ଚ ସଭାପତି ଶ୍ରୀ ଗୋଇପାଈଙ୍କ ସମେତ ନାକଝରୀ ଗ୍ରାମର ଯୁବ ନେତା ଶ୍ରୀ ଶିବ ଗାଗାରାଇ, ସୁମିତ୍ରା ଗାଗାରାଇ, ସାମାଜିକ କର୍ମୀ ନବୀନ ମୁଣ୍ଡୁରୀ, ମିନତୀ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ। ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ଦାବି ନ ପୂରଣ ହୋଇ ପାରିଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଗୋଇପାଈ ଚେତାବନୀ ଦେଇଛନ୍ତି।
