| ହୋ' ଭାଷାକୁ ସାମ୍ଭିଧାନିକ ମାନ୍ୟତା ଦାବିରେ ବିଶାଳ ଗଣଧାରଣା । |
ଶରତ - ୨୫/୧୨/୨୦୨୫ ଗତ ଡିସେମ୍ବର ୧୨ ତାରିଖ ୨୦୨୫ ଦିନ ଭୁବନେଶ୍ୱରର ବିଧାନସଭା ସମ୍ମୁଖ ମହାତ୍ମାଗାନ୍ଧୀ ମାର୍ଗ, ଲୋୟର ପିଏମଜି ଛକ ଠାରେ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ବିଶାଳ ଗଣ ଧାରଣାର ଡାକରା ଦିଆଯାଥିଲା, ଓଡିଶା ସମେତ ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ୫ ହଜାରରୁ ଉର୍ଦ୍ଧ୍ୱ ହୋ ଭାଷା ଭାଷୀ ମାନଙ୍କର ଜନ ସମାବେଶ ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମୂହିକ ଦାବୀ ଜଣାଇଥିଲେ। ସୂଚନା ଥାଉ କି ହୋ ଭାଷା କୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ ପ୍ରାୟ ଧିର୍ଘ ୪୦ ବର୍ଷ ହେଲା
ଦାବୀ ହେଇ ଆସୁଛି ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟିରେ ଆଣିବା ପାଇଁ ନୂଆ ଦିଲ୍ଲୀର ଯନ୍ତର ମନ୍ତର ଠାରେ ୨୦୧୩ ଠାରୁ କ୍ରମାଗତ ଭାବରେ ଧାରଣା ଦିଆଯାଇ ଆସୁଥିଲା ଏବଂ ଏହାକୁ ଆହୁରି ତୀବ୍ର କରିବା ପାଇଁ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ୨୦୧୮ ମସିହା ଠାରୁ ବର୍ତ୍ତମାନ ୨୦୨୫ ବର୍ଷରେ ମଧ୍ୟ୍ୟ ଗତ ଅକ୍ଟୋବର ୩୧ ରେ ୫ମ ଥର ଶହ ଶହ ସଂଖ୍ୟାରେ ପାଞ୍ଚଗୋଟି ରାଜ୍ୟରୁ (ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ଆସାମ ଓ ଛତିଶଗଡ଼) ରୁ ହୋ ଜନଜାତିଙ୍କ ବିଶାଳ ଗଣ ଧାରଣା ଦିଲ୍ଲୀରେ କରାଯାଇ ସରକାରଙ୍କର ବିଭିନ୍ନ କେନ୍ଦ୍ର ମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଷ୍ଟ୍ରପତି ଓ ବିରୋଧୀ ଦଳ ନେତା ଓ ଭାଷା ବିଶାରଦ ମାନଙ୍କୁ ମାନପତ୍ର ଜ୍ଞାପନ କରାଯାଇ ସାରିଥିଲେ ମଧ୍ୟ୍ୟ କେବଳ ଆଶ୍ୱାସନା ଦେଇ ଚାଲିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଶାନୁରୂପ ଫଳ ମିଳିପାରିନାହିଁ। ସେହି ଦାବିକୁ ପୁନଃହ ରାଜ୍ୟ ସାରାକାରଙ୍କ ଜରିଆରେ ଉଜ୍ଜୀବୀତ କରିବା ସଙ୍ଗେ ସଙ୍ଗେ ହୋ' ଭାଷାକୁ ଓଡ଼ିଶାରେ ଦ୍ଵିତୀୟ ରାଜ ଭାଷାର ମାନ୍ୟତା ଦେବା ଦାବୀ କରାଯାଇଥିଲା ଯାହା ଓଡିଶା ଅଫିସିଆଲ ଲାଙ୍ଗୁଏଜ ଆକ୍ଟ 1954 ଆଧାରରେ ରାଜ୍ୟ ସରକାର ଚାହିଁଲେ ଏହାକୁ ଲାଗୁ କରିପାରିବେ ବୋଲି ଉଲ୍ଲେଖ ଅଛି। କିନ୍ତୁ ରାଜ୍ୟ ସରକାର ଭାଷା ଅସ୍ମିତା କଥା ଏବଂ ଆଦିବାସୀ ମାନଙ୍କ ବିକାଶ ସହିତ ବିକଶିତ ଓଡ଼ିଶା ୨୦୩୬ ର ପରିକଳ୍ପନା ଲକ୍ଷ୍ୟ ରଖିଥିଲେ ମଧ୍ୟ୍ୟ ଆଦିବାସୀ ହୋ' ଭାଷାକୁ ମାନ୍ୟତା ଦାବୀକୁ ଅଣଦେଖା କରିଆସୁଛନ୍ତି। ହୋ ଭାଷା ପ୍ରେମୀ ତଥାପି ତାଙ୍କର ଆଶା ହରିନାହାନ୍ତି ଶୀତ କାକର ଭୋକ ଉପାସକୁ ପାଥେୟ ନକରି ଡବଲ ଇଞ୍ଜିନ ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି ଓ ଏହି ବିଶାଳ ଗଣ ଧାରଣାରେ ହୋ' ଭାଷା ଆଧାରିତ ବିଭିନ୍ନ ୯ ଦଫା ଦାବୀ କରିଛନ୍ତି। ଧାରଣା ସ୍ଥଳରେ ବିଭିନ୍ନ ବୁଦ୍ଧିଜୀବୀ ହୋ' ନେତା ଉଭୟ ସରକାରଙ୍କୁ ଆକ୍ଷେପ କରି ଦୃଢ ଦାବୀ ରଖିବା ସହିତ କଡ଼ା ତାଗିଦ କରିଥିଲେ, ସେ ମଧ୍ୟରୁ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ଧନୁର୍ଜୟ ସିଦୁ, ପୂର୍ବତନ ସାଧାରଣ ସମ୍ପାଦକ ଲକ୍ଷ୍ମଧର ତିୟୁ, ବିଜେପି ନେତ୍ରୀ ଦଶମତି ଚାତାର, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମୟୁରଭଞ୍ଜର ଉପାଧ୍ୟକ୍ଷ୍ୟା ଶ୍ରୀମତୀ କମଳା ତିରିଆ, ବାବୁଲି ହାଇବ୍ରୁ, ସମାଜସେବୀ ତଥା ଯୁବ ନେତା ସମାୟ ପୂର୍ତ୍ତି, ସିଦାହରା ସୁସାର ଆକାଳାର ସମସ୍ତ ଶାଖା ମୁଖ୍ୟ- ମଧୁସୂଦନ ଜାରିକା, ପଦ୍ମ ଚରଣ ବାନାରା, ସୁଭାଷ ଚନ୍ଦ୍ର ହେମ୍ବ୍ରମ, ହୋ କଳାକାର ଗଙ୍ଗାଧର ହେମ୍ବ୍ରମ, ରାଜକୁମାର ପୂର୍ତ୍ତି, ବାଜୁଚନ୍ଦନ ସିର୍କା, ଶିବରାମ ହେମ୍ବ୍ରମ ଏବଂ ଝାରଖଣ୍ଡରୁ କାର୍ଯ୍ୟକାରୀ ସଭାପତି ତଥା ସମଜସେବୀ ସୁରା ବିରୁଲି ଓ ପୂର୍ବତନ ସାଂସଦ ଚିତ୍ରସେନ ସିଙ୍କୁ ଓ ହୋ ଛାତ୍ର ସଂଗଠନ ଓଡ଼ିଶାର କର୍ମ କର୍ତ୍ତା ତଥା ଯୁବ ସମାଜସେବୀ ଆଦି ନିଜର ବକ୍ତବ୍ୟ ରଖି ସରକାରଙ୍କୁ ଦାବୀ ଜଣାଇବା ସହିତ ତୁରନ୍ତ ଦାବୀ ପୂରଣ କରିବା ସହିତ ଚେତାବନି ଦେଇଥିଲେ। ଏହି ବିଶାଳ ଏକ ଦିବସୀୟ ଗଣ ଧାରଣାରେ ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଅଧ୍ୟକ୍ଷ୍ୟ ତଥା କେନ୍ଦ୍ରୀୟ ସଭାପତି ରାମରାଇ ମୁନ୍ଦୁୟା, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଡମ୍ବରୁଧର ଜାମୁଦା, କେନ୍ଦ୍ରୀୟ ସମ୍ପାଦକ ଗୋମେୟା ଅମଂ, ଉପସଭାପତି ଚନ୍ଦ୍ରମୋହନ ହାଇବ୍ରୁ, ରାଜ୍ୟ ସଭାପତି ବସନ୍ତ କୁମାର ସିଂ ବୁଳିଉଲି, ରାଜ୍ୟ ସମ୍ପାଦକ ନାରଣ ପୂର୍ତ୍ତି, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରମେଶ କୁମାର ସିଂ ବୁଲିଉଳି, କେନ୍ଦ୍ରୀୟ ସାଙ୍ଗଠନିକ ସମ୍ପାଦକ ଚନ୍ଦ୍ର ମୋହନ ମୁଣ୍ଡ୍ରି, ରାଜ୍ୟ କାର୍ଯ୍ୟକାରୀ ସଭାପତି ଈଶ୍ୱର ଚନ୍ଦ୍ର ପିଙ୍ଗୁଆ ଓ ସୀତାରାମ ଚାତାର, କୋଷାଧ୍ୟକ୍ଷ ଖିରୋଦ ହେମ୍ବ୍ରମ ଓ କୁନା କାଣ୍ଡେ୍ୟାଙ୍ଗ, ମଖୁମଲ ସୋଏ, ସୁକୁଲାଲ ପାଳେଆ, ସୁମୁରାଇ କୁଦେଦା, ସମସ୍ତ ଜିଲ୍ଲା କମିଟି, ବ୍ଲକ କମିଟିର ସଦସ୍ୟ ଏବଂ ଅନଲାଇନ ହୋ ଭାଷା ଯୋଦ୍ଧା (IT Cell), ହୋ ଛାତ୍ର ସଂଘ, ଓଡିଶା ଏବଂ ମଞ୍ଚ ପରିଚାଳନାରେ ନାରୀ ନେତ୍ରୀ ତଥା ହୋ' ଜ୍ଞାନ ବାଗାନର ଉପସ୍ଥାପିକା ସୁଶ୍ରୀ ପୁନମ ପୂର୍ତ୍ତି ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।

Good attempt
ReplyDelete