ଓଡ଼ିଶାର ଜନଜାତି ସମ୍ବନ୍ଧୀୟ ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସମ୍ପାଦନା କରି ଏହାକୁ ଉନ୍ନତ କରିପାରିବେ ।
ସମୁଦାୟ ଜନସଂଖ୍ୟା | |
---|---|
୨.୨ ନିୟୁତ + | |
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
ଝାଡ଼ଖଣ୍ଡ | 700,000 |
ଓଡ଼ିଶା | 200,000 |
ଭାଷାସମୂହ | |
ଓରାଙ୍ଗ ଚିତି | |
ଧର୍ମ | |
ଆଦିମ ଆଦିବାସୀ | |
ସମ୍ବନ୍ଧିତ ସମ୍ପ୍ରଦାୟ | |
ମୁଣ୍ଡା • ସାନ୍ତାଳ • କୋହ୍ଲ |
ଅବସ୍ଥିତି
ଏମାନେ ମୁଖ୍ୟତଃ ନାଚ ଗୀତରେ ଜୀବନ ଅତିବାହିତ କରିବା ପସନ୍ଦ କରନ୍ତି । ସେମାନେ ନିଜ ପରିବାର ଅର୍ଥାତ ମା, ବାପା, ଭାଇ, ଭଉଣୀ, ଦାଦା, ଖୁଡ଼ୀଙ୍କ ସହ ମିଳିମିଶିରହିବା ଭଲ ପାଆନ୍ତି । ହୋ ଜନଜାତିର ନାରୀମାନେ ଘରେରହି ଘର ତଥା ଘର ଲୋକଙ୍କର ରକ୍ଷଣାବେକ୍ଷଣା କରନ୍ତି । ସେମାନେ ସଜାଇ ହୋଇରହିବାରେ ବହୁ ଆନନ୍ଦ ପାଆନ୍ତି । ଆଜିକାଲି ୨୦ ପ୍ରତିଶତ ହୋ ଜନଜାତିର ନାରୀମାନେ ପାଠାପଢାରେ ମଧ୍ୟ ଧ୍ୟାନ ଦେଲେଣି । ଏହି ଜନଜାତିର ଲୋକେ ପରିବାର ବର୍ଗଙ୍କ ସହରହିବା ପାଇଁ ଭଲ ପାଆନ୍ତି ।
ହୋମାନଙ୍କର ପାଇଁ ବିବାହ ହେଉଛି ଜୀବନର ଏକା ମୁଖ୍ୟ ଭାଗ । ସେମାନଙ୍କର ବିବାହ କୌଣସି ପର୍ବପର୍ବାଣିଠାରୁ କମ ନୁହେଁ । ଏହି ସମୟରେ ପରିବାର ଉତ୍ସବ ମୁଖରିତ ହୋଇ ଉଠିଥାଏ । ବନ୍ଧୁମିଳନ ସାଙ୍ଗକୁ ଭୋଜିର ବ୍ୟବସ୍ଥା ହୋଇଥାଏ । ସେମାନଙ୍କର ବିବାହ ପ୍ରଥା ଅତି ସାଧାରଣ ଓ ଆଧୁନିକ ଓଡ଼ିଆ ସମାଜର ବିବାହ ପ୍ରଥାଠାରୁ ଅଲଗା । ହୋ'ମାନଙ୍କ ମତରେ ନିଜର ବଂଶରକ୍ଷା ତଥା ଆଦିବାସୀ ପ୍ରଥାରଖିବା ପାଇଁ ବିବାହ ପ୍ରଥା ବହୁ ଜରୁରୀ । ବିବାହ ପ୍ରଥା ହେଉଛି ଦୁଇ ଶରୀର ତଥା ଦୁଇ ଆତ୍ମାର ମିଳନ । ଏହା ଏକ ଗୁରୁ ଦାୟିତ୍ୱ ଆଗାମୀ ପିଢ଼ିକୁ ସମାଜକୁ ଆଣିବା ତଥା ତାଙ୍କର ଠିକ ଭାବେ ଲାଳନପାଳନ କରିବା । ହୋ ଜନଜାତିରେ ଭିନ୍ନ ଜାତିରେ ବିବାହ ପ୍ରଥା ପ୍ରଚଳିତ ହେଲେ ମଧ୍ୟ ଉପଜାତି-ଉପଜାତି ମଧ୍ୟରେ ବିବାହକୁ ଅପରାଧ ଭାବେ ବିବେଚନା କରାଯାଏ । ଯଦି କେହି ହୋ ଜନଜାତିର ପରିବାର ସମାନ ଗୋତ୍ରର ପରିବାର ଲୋକଙ୍କ ସାଙ୍ଗରେ ବିବାହ ପ୍ରସ୍ତାବ ଠିକ କରେ ତେବେ ସେମାନଙ୍କୁ ହୋ ଜାତିରୁ ବାସନ୍ଦ କରାଯାଏ କିମ୍ବା ଦଣ୍ଡ ହିସାବରେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ । ଏହି ଜନଜାତିରେ ବିଭିନ୍ନ ପ୍ରକାରର ବିବାହ ପ୍ରଥା, ଯଥା: ତିପି ଆନ୍ଦି (ପ୍ରେମ ବିବାହ) ଏବଂ ଜିସୁକୁ ଆନ୍ଦି (ମଧ୍ୟସ୍ଥି ବିବାହ) ଆଦି ପ୍ରଚଳିତ ଅଛି । ତିପି ଆନ୍ଦିରେ ଯୁବକ ଯୁବତୀ ସାମୁହିକ ନାଚ ଗୀତ ବେଳେ କିମ୍ବା ହାଟ, ବଜାରରେ ପରସ୍ପରକୁ ଦେଖି ପସନ୍ଦ କରିଥାନ୍ତି । ପରେ ସେମାନେ ବିବାହ କରିଥାନ୍ତି । ଏହି ବିବାହରେ କେବେ କେବେ ସେମାନେ ଘର ଲୋକଙ୍କ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ବେଳେ ବେଳେ ସେମାନଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଥାଏ । ଜିସୁକୁ ଆନ୍ଦି ଦୁଇ ପରିବାରର ବୁଝାମଣାରେ ହୋଇଥାଏ । ଏଥିରେ ରାଏବାର(ମଧ୍ୟସ୍ଥି)ଙ୍କର ଭୂମିକା ଗୁରୁତ୍ୱପୂର୍ଣ । ରାଏବାର ଦୁଇ ପକ୍ଷରେ ଥାଆନ୍ତି । ବରପକ୍ଷରୁ ପ୍ରଥମେ ମଧ୍ୟସ୍ଥିକୁ କନ୍ୟାପକ୍ଷର ମଧ୍ୟସ୍ଥିପାଖକୁ ପଠାଯାଏ । କନ୍ୟାପକ୍ଷର ମଧ୍ୟସ୍ଥି କନ୍ୟାଘରକୁ ଯାଇ ପ୍ରସ୍ତାବ ଦିଅନ୍ତି । କନ୍ୟାପକ୍ଷ ରାଜି ହେଲାପରେ କନ୍ୟାପକ୍ଷର ମଧ୍ୟସ୍ଥି ବରପକ୍ଷ ମଧ୍ୟସ୍ଥିକୁ ଖବର ପଠାଏ । ପରେ ନିର୍ଦ୍ଧାରିତ ତାରିଖରେ ବରପକ୍ଷ କନ୍ୟାଘରକୁ କନ୍ୟା ଦେଖିଯାଆନ୍ତି । ଉଭୟପକ୍ଷ ରାଜି ହେଲେ କନ୍ୟାପକ୍ଷରୁ ବରଘରକୁ ଯାଆନ୍ତି ।
ଉଭୟ ପକ୍ଷରାଜି ହେଲାପରେ ବିବାହ ତାରିଖ ସ୍ଥିର କରାଯାଏ । ଏହା ପରର ସମୟ ବର ଏବଂ କନ୍ୟା ପାଇଁ ଗୁରୁତ୍ତ୍ୱପୂର୍ଣ୍ନ ଅଟେ । ଏହି ସମୟ ମଧ୍ୟରେ ଗନଂ ସିଡ (ବିବାହ ପୁର୍ବର ବୁଝାମଣା) କରାଯାଏ । ଏଥିରେ ବର ପକ୍ଷରୁ କନ୍ୟାପକ୍ଷକୁ କଣ ଦିଅଯିବ ତାହା ଧାର୍ଯ୍ୟ କରାଯାଏ ।
ପୋଷାକ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ବିବାହ ପରିବେଶର ।
ଏହି ଜନଜାତିର ବିବାହ ସମୟର ନାଚଗୀତ ହୋଇଥାଏ । ନାଗରା,ଦୁମେଂ,ବାନାମ୍ ଆଦି ନାନା ପ୍ରକାରର ବାଦ୍ୟ ଯନ୍ତ୍ରର ବ୍ୟବହାର କରାଯାଇଥାଏ । ପୁରୁଷମାନେ ବାଦ୍ୟ ବଜାଇଲା ବେଳେ ପୁରୁଷ, ମହିଳା, ଯୁବକ, ଯୁବତୀ ହାତ ଧରାଧରି ହୋଇ ହାଣ୍ଡିଆ ପିଇ ସାରା ରାତି ନାଚଗୀତରେ ମସଗୁଲ ହୋଇଥାନ୍ତି ।
Excellent content
ReplyDelete